ଚଳିତ ବର୍ଷ ୪୦ ହଜାର ନିଯୁକ୍ତି
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଚଳିତ ବର୍ଷ ୪୦ ହଜାର ନିଯୁକ୍ତି ହେବ । ଫେବ୍ରୁଆରୀ ୧୭ ତାରିଖରେ ବଜେଟ୍ ଉପସ୍ଥାପନ ହେବ । ଦେଢ ଲକ୍ଷ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ ଯାହା ମଧ୍ୟରୁ ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦିଆଯିବ । ବିଶେଷ କରି IT, ପେଟ୍ରୋ, କେମିକାଲ୍ସ, ଆଗ୍ରୋ ଇଣ୍ତଷ୍ଟ୍ରିକୁ ଗୁରୁତ୍ୱ ଦିଆଯିବ । ୨୦୨୪-୨୦୨୫ ବର୍ଷରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ହୋଇଥିବା ବେଳେ ଏଥର ପରିମାଣ ବଢିପାରେ । ଆଥିର୍କ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖରୁ ଓଡ଼ିଶା ସରକାରଙ୍କର ବଜେଟ୍ ଅଧିବେଶନ ଆରମ୍ଭ ହେବ ।ରାଜ୍ୟ ସରକାର ଫେବ୍ରୁଆରି ୧୭ ତାରିଖରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ବିକଶିତ ଓଡ଼ିଶା ଗଠନ ପାଇଁ ସ୍ଲୋଗାନ ଦେଉଥିବା ମୋହନ ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ, ସେନେଇ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଚାରବିମର୍ଶ ହୋଇଛି।
