ଦିଲ୍ଲୀ ଗସ୍ତରୁ ଫେରି ସିଧାସଳଖ ଲୋକସେବା ଭବନ ଆସି ସରକାରୀ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ

ରବିବାରରେ କାମ କଲେ ମୁଖ୍ୟମନ୍ତ୍ରୀ

ତିନି ଦିନିଆ ଦିଲ୍ଲୀ ଗସ୍ତରୁ ଫେରି ସିଧାସଳଖ ଲୋକସେବା ଭବନ ଆସି ସରକାରୀ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଦୁଇଟି କାର୍ଯ୍ୟକ୍ରମ ଏବଂ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ରାତିରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ। ଶନିବାର ଦିଲ୍ଲୀରେ ଭାରତ ଆନ୍ତର୍ଜାତୀକ ବାଣିଜ୍ୟ ମେଳାରେ ଯୋଗଦେବା ସହିତ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ କରିଛନ୍ତି। ଆଜି ସକାଳ ୭ଟା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ବାହାରି ବିନା ବିଶ୍ରାମରେ ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଲୋକସେବା ଭବନକୁ ଆସି ସରକାରୀ କାର୍ଯ୍ୟ କରିଛନ୍ତି। ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲାରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି।ଓଡିଶା ପାଇଁ ଏବଂ ଓଡିଶାବାସୀଙ୍କ ପାଇଁ ଦିନରାତି ଏକ କରି ମୁଖ୍ୟମନ୍ତ୍ରୀ କଠିନ ପରିଶ୍ରମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ଲୋକଙ୍କ ସେବା କରିବା ପାଇଁ ଏବଂ ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆମକୁ ଆହୁରି ପରିଶ୍ରମ କରିବାକୁ ପଡିବ।

Leave a Reply

Your email address will not be published. Required fields are marked *