କାଲିଠୁ ବାରବାଟୀ ପଡ଼ିଆରେ ନେଟ୍‌ ପ୍ରାକ୍ଟିସ

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ

କଟକ ବାରବାଟୀ ଷ୍ଟାଡିଅମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମ୍ୟାଚକୁ ଉପଭୋଗ କରିବେ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ମ୍ୟାଚ ଦେଖିବାକୁ ଯାଇପାରନ୍ତି ବୋଲି ସୂଚନା ମିଳିଛି।ସୋମବାରଠାରୁ ବାରବାଟୀ ପଡ଼ିଆରେ ନେଟ୍‌ ପ୍ରାକ୍ଟିସ ହେବ ବୋଲି ସୂଚନା ଦିଆଯାଇଛି। ନେଟ୍‌ ପ୍ରାକ୍ଟିସ ଦେଖିବା ଲାଗି ୨ଟି ଗ୍ୟାଲେରି ଖୋଲାରହି। ଦୁଇ ଦଳର ଖେଳାଳିମାନେ ସୋମବାରଠାରୁ ନେଟ୍‌ ପ୍ରାକ୍ଟିସ କରିବେ। ତେବେ ରବିବାର ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କଟକ ଯାଇ ବାରବାଟୀ ପଡ଼ିଆରେ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି।