୨୪ ବର୍ଷ କ୍ଷମତାରେ ରହିଲେ କରିପାରିଲେନି ସୁନାବେଡାର ବିକାଶ

ନୂଆପଡ଼ା ସୁନାବେଡ଼ାରେ ପ୍ରଚାର ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା ସୁନାବେଡ଼ାରେ ପ୍ରଚାର ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେଡି ଓ ନବୀନଙ୍କ ପାଇଁ ସୁନାବେଡ଼ା ପଛୁଆ ହୋଇ ରହିଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୪ ବର୍ଷ ବିଜେଡି କ୍ଷମତାରେ ରହି ବି ସୁନାବେଡ଼ାର କାହିଁକି ବିକାଶ କରିପାରିଲାନି ବୋଲି ପ୍ରଶ୍ନ କରିବା ସହ କହିଛନ୍ତି- ନବୀନ ବାବୁ ଓଡ଼ିଆ ଶିଖି ପାରିଲେ ନାହିଁ, ସେ ଆଦିବାସୀ କଥା କେମିତି ବୁଝିବେ । ମୁଁ ଆଦିବାସୀ, ଆଦିବାସୀଙ୍କ କଥା ବୁଝି ପାରିବି, ସମସ୍ୟାର ସମାଧାନ କରିବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ ବାବୁ ସୁନାବେଡ଼ାକୁ କେବେ ଆସି ନାହାନ୍ତି । ୧୪ ତାରିଖ ପରେ ଆପଣ ଆଉ କାହାକୁ ଦେଖି ପାରିବେ ନାହିଁ । କେବଳ ଜୟ ଢୋଲକିଆ ଓ ମୋହନ ମାଝୀଙ୍କୁ ଦେଖିବେ ଏବଂ ଆପଣଙ୍କ ପାଖକୁ ଆସିବେ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *