ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଅଭିଯୋଗ ପ୍ରକୋଷ୍ଠରେ ରୋଗୀଙ୍କ ଦୁଃଖ ଶୁଣି ହସ୍ପିଟାଲ ପଠାଇଲେ ମୁଖ୍ୟମନ୍ତ୍ରୀ

ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଅଭିଯୋଗ ପ୍ରକୋଷ୍ଠକୁ ଗୁହାରି ପାଇଁ ଆସିଥିବା ରୋଗୀଙ୍କୁ ଦୁଃଖ ଶୁଣିବା ସହ ତୁରନ୍ତ ହସ୍ପିଟାଲ ପଠାଇଲେ ସିଏମ ମୋହନ ମାଝୀ।ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ। ଆଜି ଏପରି ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦେଖିବାକୁ ମିଳିଛି। ବାଲାଙ୍ଗିର ସଇଁତଳାର ୧୨ ବର୍ଷର ଆଲୋକ ବଧିର। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ସେ ଠିକ୍‌ରେ ଚାଲୁ ପାରୁନଥିଲେ। ପୁଅର ଚିକିତ୍ସା ପାଇଁ ବାପା ମାଆ ବହୁତ ମେଡିକାଲ ବୁଲିଲେଣି, ହେଲେ ରୋଗ ଭଲ ହେଉ ନାହିଁ। ଆଉ ବାପାମା’ଙ୍କ ପାଖରେ ପୁଅକୁ ଭଲ କରିବା ପାଇଁ ସମ୍ବଳ ନାହିଁ। ପୁଅର ଚିକିତ୍ସାରେ ବାଧକ ସାଜିଛି ଅର୍ଥ। ଚିକିତ୍ସା ପାଇଁ ପୁଅକୁ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ ବାପା। ହେଲେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା କ୍ଷଣି ମୁଖ୍ୟମନ୍ତ୍ରୀ ଆଖି ପଡ଼ିଥିଲା ଆଲୋକଙ୍କ ଉପରେ। ସିଧାସଳଖ ଆଲୋକଙ୍କ ପାଖକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା କଥା ପଚାରି ବୁଝିଥିଲେ।ଆଉ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସପିଟାଲ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।