ବାରବାଟୀରେ ଷ୍ଟାଡିୟମ ବୁଲିଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାରବାଟୀରେ ସମୀକ୍ଷା କଲେ ମୋହନ ମାଝୀ

ବାରବାଟୀରେ ଷ୍ଟାଡିୟମ ବୁଲିଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ କ୍ରିକେଟ ମ୍ୟାଚ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ସନ୍ତୋଷଜନକ ରହିଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ନୂଆ ସରକାର ଆସିବା ପରେ ଏହା ଆମ ପାଇଁ ପ୍ରଥମ ମ୍ୟାଚ୍‌। ସମୟ ଅନୁସାରେ ପ୍ରସ୍ତୁତି ସବୁ ଠିକ୍‌ ଚାଲିଛି। ଏଥର ମ୍ୟାଚ୍‌ ଉତ୍ସାହପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସୂଚନା ଯୋଗ୍ୟ, ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ୫୦ ହଜାର ଭଳି ଲୋକଙ୍କ ସମାଗମ ହେବ।

ତେଣୁ ଷ୍ଟାଡିୟମ ପରିସରରେ କିପରି ଶୃଙ୍ଖଳା ବଜାୟ ରହିବ ଏବଂ ଟିକେଟ ବିକ୍ରି ପାଇଁ କୌଣସି ସମସ୍ୟା ରହିବ ନାହିଁ ତା ଉପରେ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତିୁତ ଆରମ୍ଭ ହୋଇଯାଇଛି। ଏପରି କି ପୋଲିସ କମିଶନର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ମ୍ୟାଚ୍ ପାଇଁ ଲୋକାର୍ପିତ ହୋଇଛି ଓଡ଼ିଆରେ ଥିମ୍ ସଙ୍ଗ । ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀ ଉପସ୍ଥିତିରେ ଲୋକାର୍ପିତ ହୋଇଛି । ଥିମ ସଙ୍ଗ ପ୍ରସ୍ତୁତ କରିଛନ୍ତି ସଙ୍ଗୀତ ନିଦେ୍ର୍ଦଶକ ପ୍ରେମାନନ୍ଦ । ଅନ୍ୟପକ୍ଷେ ୨୮ ଓ ୨୯ ତାରିଖରେ ଓସିଏ ଅନୁବନ୍ଧିତ କ୍ଲବମାନଙ୍କୁ ଟିକେଟ ଦିଆ ସରିଛି। ୬ ଓ ୭ ତାରିଖରେ ସାଧାରଣ ଲୋକଙ୍କୁ ଟିକେଟ ବିକ୍ରି ହେବ । ତେଣୁ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଡିସିପି ଜୋର୍‌ ଦେଇଛନ୍ତି। ବିଶେଷ କରି କରି କେତୋଟି କାଉଣ୍ଟର ହେବ, ସେଥିରେ କେତେ ଟିକେଟ ଉପଲବ୍ଧ ହେବ, ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯିବ।