ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଦାନ୍ୟତା । ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନରେ ଯାତ୍ରା । ସାଧାରଣ ବିମାନରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ଅର୍ଥକୁ ବଞ୍ଚାଇବା ପାଇଁ ମୋହନ ମାଝୀଙ୍କ ବଡ ପଦକ୍ଷେପ । ହରିୟାଣା ଗସ୍ତ ଲାଗି ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନ ବ୍ୟବହାର କରିଛନ୍ତି ମୋହନ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସାଧାରଣ ଲୋକଙ୍କ ଭଳି ସାଧାରଣ ବିମାନରେ ଆଜି ଯାତ୍ରା କରିଛନ୍ତି । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଆସୁଛନ୍ତି ମୋହନ ଚରଣ ମାଝୀ । ନିଜର ସାଧାରଣ ଲୋକଙ୍କ ଛବି ବଞ୍ଚେଇ ରଖିବା ଲାଗି ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁଣିଥରେ ଆଜି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ବିମାନରେ ନଯାଇ ସାଧାରଣ ଯାତ୍ରୀଙ୍କ ଭଳି ସାଧାରଣ ବିମାନରେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ହରିୟାଣା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସାଧାରଣ ବିମାନରେ ଯାତ୍ରା କରିଥିବା ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ତିନି ଦିନିଆ ହରୟାଣା ଓ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସରକାରୀ ତହବିଲକୁ ଅର୍ଥ ବ୍ୟବହାର କରି ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର ଲାଗି ସ୍ୱତନ୍ତ୍ର ବିମାନ ଲିଗାସି 650କୁ ପ୍ରଥମେ ବୁକିଂ କରାଯାଇଥିଲା। ଭଡ଼ା ଅଧିକ ଥିବାରୁ ସ୍ବତନ୍ତ୍ର ବିମାନକୁ ମନା କଲେ ମୁଖ୍ୟମନ୍ତ୍ରୀ । ଏହି ବିମାନର ତିନି ଦିନର ଭଡା 91 ଲକ୍ଷ 22 ହଜାର ଟଙ୍କା ଥିଲା । ଏହାର ଭଡା ଅଧିକ ହେବାରୁ ଅନ୍ୟ ଏକ ସ୍ୱତନ୍ତ୍ର ବିମାନ ଫାଲକନ 200 ରେ ମୁଖ୍ୟମନ୍ତ୍ରୀ ଯିବା ପାଇଁ ବିଚାର କରାଯାଉଥିଲା । ଯାହାର ଭଡା ଥିଲା 78 ଲକ୍ଷ 55 ହଜାର ଟଙ୍କା ।ଉଭୟ ସ୍ୱତନ୍ତ୍ର ବିମାନର ଭଡା ବହୁତ ଅଧିକ ଥିଲା । ତେଣୁ ସରକାରୀ ଅର୍ଥ ବଞ୍ଚେଇବା ପାଇଁ ପ୍ରୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ସରକାରୀ ଅର୍ଥର ଅଯଥା ଖର୍ଚ୍ଚ ନ କରି ସ୍ୱତନ୍ତ୍ର ବିମାନ ବଦଳରେ ଗସ୍ତ ପାଇଁ ସାଧାରଣ ବିମାନରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଜିଠାରୁ 3 ଦିନିଆ ରାଜ୍ୟ ବାହାରକୁ ଯାଉଛନ୍ତି । ଆସନ୍ତାକାଲି ହରିଆଣା ସରକାରଙ୍କ ଶପଥ ପାଠ କାର୍ଯ୍ୟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏହା ସହ ସେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମଧ୍ୟ ସାମିଲ ହେବେ । ସେହିପରି 18 ତାରିଖରେ କେମ. ଇଣ୍ଡିଆ ଉଦଘାଟନ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ସେହିପରି ମୁମ୍ବାଇରେ ଆୟୋଜିତ ଓଡିଶା ସରକାରଙ୍କ ଶିଳ୍ପ ରୋଡ଼ ସୋ’ରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ।