୨୧ରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୨୧ରେ ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ

ଏପ୍ରିଲ ୨୧ରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ଗାପାଲି ସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୧ଟା ଯାଏ ଚାଲିବ । ଏହି କାର୍ଯ୍ୟକ୍ରମ ରେ ସାରା ରାଜ୍ୟ ର ଲୋକ ନିଜର ଅଭିଯୋଗ କରି ପାରିବେ । ଯଦି କେହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଚାହିଁଲେ ଆଗୁଆ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ପ୍ରକ୍ରିୟା ଅନ ଲାଇନ ମାଧ୍ୟମରେ ହେବ । କେବଳ ପଞ୍ଜିକୃତ ବ୍ୟକ୍ତିଙ୍କୁ ହିଁ ଅଭିଯୋଗ କରିବାକୁ ଅବସର ମିଳିବ। ଖରାକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ୧୧ ଜଣ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବା ନେଇ ସୂଚନା ରହିଛି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।