୩ ନୂଆ ଅପରାଧ ଆଇନ ଲାଗୁ ନେଇ ଆଲୋଚନା କରିବେ

ଆଜି ଅମିତ୍ ଶାହଙ୍କୁ ଭେଟିବେ ମୋହନ ମାଝୀ

ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ରାଜ୍ୟରେ ୩ ନୂଆ ଅପରାଧ ଆଇନ ଲାଗୁ ନେଇ ଆଲୋଚନା କରିବେ। ୩ ନୂଆ ଅପରାଧିକ ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ।  ଏହି ଆଇନ ୨୦୨୪ ଜୁଲାଇ ୧ ତାରିଖରେ କାର୍ଯ୍ୟକ୍ଷମ ହୋଇଥିଲା । ଦଳୀୟ ପ୍ରସଙ୍ଗରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଏପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ଚୟନ ଝୁଲି ରହିଛି ।  ନିଷ୍ପତ୍ତି ହୋଇ ପାରି ନାହିଁ ।  ଆଗକୁ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ମଧ୍ୟ ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିବା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।