ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ପୁଣି ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସପ୍ତାହକରେ ଦ୍ବିତୀୟ ଥର ଦିଲ୍ଲୀ ଗସ୍ତ କରିଛନ୍ତି। ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ରାଜ୍ୟର ସମସ୍ତ ବିଜେପି ସାଂସଦଙ୍କୁ ଉଭୟ ଭେଟିବେ ବୋଲି ଜଣାପଡ଼ିଛି। ସାଂସଦ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୱାନ ଟୁ ୱାନ ଆଲୋଚନା କରିବା ସମ୍ଭାବନା ରହିଛି । ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଗସ୍ତ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ନଭେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଏନେଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ରାଜ୍ୟର ସମସ୍ତ ବିଜେପି ସାଂସଦଙ୍କୁ ମୋହନ ଓ ମନମୋହନ ଭେଟିବେ ବୋଲି ଜଣାପଡ଼ିଛି । ଆସନ୍ତାକାଲି ସାଂସଦଙ୍କ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ ଆଲୋଚନା କରିବା ଆଶା ରହିଛି ।
