କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଗସ୍ତ ଅବସରରେ ଅମିତ ଶାହଙ୍କୁ ଭେଟିଛନ୍ତି ମୋହନ ମାଝୀ । ଏହି ଅବସରରେ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଛନ୍ତି । ଏହା ସହ କେନ୍ଦ୍ର -ରାଜ୍ୟ ସମନ୍ବୟ ସର୍ମ୍ପକିତ ବିଷୟ ଉପରେ ମଧ୍ୟ ଆଲୋଚନା କରିଥିଲେ । ସେହିପରି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସିଆର ପାଟିଲଙ୍କ ସହ ମହାନଦୀ ଜଳ ସମସ୍ୟା ଏବଂ ଏହାର ସମାଧାନ ନେଇ ଆଲୋଚନା କରିଛନ୍ତି ।
