ହୀରାକୁଦ ବନ୍ଧରେ ଫାଟ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ

‘ହୀରାକୁଦ ବନ୍ଧରେ ଫାଟ’

ହୀରାକୁଦ ବନ୍ଧରେ ଫାଟ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହୀରାକୁଦରେ ଅଳ୍ପ କିଛି ଫାଟ ସରକାରଙ୍କ ନଜରକୁ ଆସିଛି । ଫାଟ ଗୁଡିକ କଂକ୍ରିଟର ଉପରିସ୍ଥ ଭାଗରେ ରହିଛି । ଏହି ଫାଟ ଗୁଡ଼ିକ ଡେଡ୍‌ ଓ ଇନ୍‌ ଅକ୍ଟିଭ ଥିବା ଉତ୍ତରରେ କହିଛନ୍ତି ମୋହନ ମାଝୀ । ସିଏସ୍‌ଏମଆରଏସ୍‌ ସଂସ୍ଥା ଏହି ଫାଟର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛି । ଫାଟ ଗୁଡିକର ମରାମତି ପାଇଁ ସର୍ଭେ କରାଯିବ। ଏଥିପାଇଁ କ୍ୟାବିନେଟ ସ୍ବୀକୃତି ମିଳିଛି । ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।