ବର୍ଷକର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଚଳିତ ଆର୍ଥିକ ବର୍ଷରେ ହେବ ୪୦ ହଜାର ନିଯୁକ୍ତି

ରାଜ୍ୟରେ ବିଜେପି ସରକାରକୁ କାଲି ପୂରିବ ଵର୍ଷେ। ବର୍ଷକର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବେ ଓଡ଼ିଶା ସରକାର । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ କରିବାକୁ କହିଛୁ । ଏକ ବର୍ଷ ଭିତରେ ସ୍ବଚ୍ଛତାର ସହ ୨୮ ହଜାର ପଦବୀ ପୂରଣ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ ପୁଞ୍ଜି ନିବେଶର ଇଣ୍ଟେଣ୍ଟ ଆସିଥିଲା । ଆମେ ତତ୍‌କ୍ଷଣାତ ୧୩ ଲକ୍ଷ କୋଟିର ଏମ୍‌ଓୟୁ ସ୍ବାକ୍ଷର କରିଛୁ ବୋଲି କହିଛନ୍ତି। ମିଶନ୍‌ ୨୦୩୬, ମିଶନ୍‌ ୨୦୪୭ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟକ୍ରମ ଚାଲିଛି । ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ୨୦୩୬ ପାଇଁ ୩୬ଟି କାର୍ଯ୍ୟକ୍ରମ ଆଗାମୀ ଦିନରେ ଘୋଷଣା କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ଦ୍ର ରେ ପ୍ରତିଷ୍ଠିତ ମୋଦି ସରକାର ଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି ଆଉ ଏହା ଭିତରେ ଲୋକଙ୍କ ଜୀବନ ଶୀଳ ପରିବର୍ତ୍ତନ ହୋଇଛି । ପକା ଘର ଯୋଗାଇ ଦେବା, ଆୟୁସମାନ ଯୋଜନା , ନୂଆ ଶିକ୍ଷା ନିତୀ ୨୦୨୦ କୁ ଲାଗୁ କରିବା, ଜନ ଧନ ଯୋଜନା ଲାଗୁ କରିବା, ବେଟି ବିଚାଓ ବେଟି ପଢ଼ାଅ ଭଳି ଅନେକ ଯୋଜନା ଆଜି ଭାରତ ବର୍ଷର ବୈପ୍ଲ ବିକ ପରିବର୍ତ୍ତନ ଆସିଛି । ଅପରେସନ ସିନ୍ଦୁର ଜରିଆରେ ଆତଙ୍କ ବାଦ ବିରୁଦ୍ଧରେ ଯେଉଁ କଡା ପଦକ୍ଷେପ ଭାରତ ସରକାର ନେଇଛନ୍ତି ତାହା ଆମକୁ ସାରା ବିଶ୍ୱରେ ଆଗରେ ରଖିଛି । ମୋଦି ହେ ତୋ ମୁମକିନ କୁହାଯାଇଛି । ଆଜି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ସୁଭଦ୍ରା ଯୋଜନା ରେ ବାର୍ଷିକ ୧୦ ହଜାର ଟଙ୍କା ସେମାନଙ୍କୁ ଅଧିକ ସହଯୋଗ କରିଛି । ଆମ ସରକାର ଙ୍କ ଏହା ସବୁଠାରୁ ବଡ଼ ଉପଲବ୍ଧି । ସେହିପରି କୃଷି କ୍ଷେତ୍ରରେ ଆମେ ଅନେକ ପଦକ୍ଷେପ ନେଇଛୁ । ପ୍ରାକୃତିକ ବିପର୍ଯ୍ୟୟ କୁ ମୁକାବିଲା କରି କୃଷି କ୍ଷେତ୍ରରେ ଅଗ୍ରଗତି କରିବା ରେ ପୂର୍ବ ସରକାର ବିଫଳ ହୋଇଥିଲେ । ଆମେ ସମୃଦ୍ଧ କୃଷି କୁ ଗୁରୁତ୍ୱ ଦେଇ ୩୪ ହଜାର ୮୦୦ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ କରିଛୁ।  ସେହିପରି ୮୦୦ ଟଙ୍କା ଇନପୁଟ ସବସିଡ ଦେଇକୃଷକମାନଙ୍କ ପରିବାର ଆୟ ବଢ଼ାଇଛୁ । ଆମ ସରକାର ଆସିବା ପରେ ଆମେ ରିଲିଫ କୋର୍ଡ ରେ ପରିବର୍ତ୍ତନ କରିଛୁ । ବର୍ଷା ପରେ ୨୮୦ କୋଟି ଟଙ୍କାର ସହାୟତା ଦେଇଛୁ । ହିସାବ କହୁଛି ଚଳିତ ବର୍ଷ ଆମ ରାଜ୍ୟର ଚାଷୀ ୩୦ ହଜାର କୋଟି ଟଙ୍କା ଆର୍ଥିକ ଲାଭ ପାଇଛି । ପୂର୍ବ ସରକାର ରେ ଶିକ୍ଷା ବ୍ୟବସ୍ଥା କୁ ଅବହେଳିତ କରି ରଖା ଯାଇ ଥିଲା । 5-T ନାଁ ରେ ଭଙ୍ଗା କାନ୍ଥ ରେ ରଙ୍ଗ ବୋଳା ହେଉଥିଲା । ଫିଡ଼ର ସ୍କୁଲ ନଥିଲା । ପ୍ରାଥମିକ ଶିକ୍ଷା କୁ ସବୁଠାରୁ ଅଧିକ ଗୁରୁତ୍ଵ ଦେଇଛି। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତି ପଞ୍ଚାୟତ ରେ ଖୋଲିବାକୁ ଯାଉଛୁ।  ଏହା ସହ ଜାତୀୟ ଶିକ୍ଷା ନୀତି ଲାଗୁ କରିଛୁ । ଆଦର୍ଶ ବିଦ୍ୟାଳୟ ରେ ପଛୁଆ ବର୍ଗ ଠୁ ଆଦିବାସୀ ଦଳିତ ବର୍ଗ ର ମେଧାବୀ ପିଲା ଙ୍କୁ ପାଠ ପଢ଼ାଯିବ । ୧୬ ପ୍ରତିଶତ ବଜେଟ ଶିକ୍ଷା କ୍ଷେତ୍ରକୁ ଆମେ ଦେଇଛୁ ଯାହା କି କେବେ ଦିଆ ଯାଇ ନଥିଲା । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୁଣି ଥରେ ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲ ମୁହାଁ ପିଲା ହେବେ ଏହା ମୋର ଦୃଢ଼ ପ୍ରତିଶ୍ରୁତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁସମାନ ଯୋଜନା ଲାଗୁ କରିଛୁ।   ୬୫ ହଜାର କୋଟି  ର ବ୍ୟୟ ବରାଦ କରିଛୁ । ଲୋକଙ୍କୁ ସୁ ଶାସନ ଦେବା ସରକାର ଙ୍କ ଦାୟିତ୍ବ। 

ବିକଶିତ ଓଡିଶା ଓ ବିକଶିତ ଭାରତ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ୨୦୩୬ ପାଇଁ ୩୬ ଟି କାର୍ଯ୍ୟକ୍ରମ ହାତକୁ ନେଇଛୁ । ଅର୍ଥନୈତିକ ଦୃଷ୍ଟି କୋଣ ରୁ ଦେଶର ସର୍ବ ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶା ଗଣା ହେବ ତାହା ଆମ ସଂକଳ୍ପ । ଜାତୀୟ ସ୍ତରର ଜିଏସ୍ ଡ଼ିପି ଠୁ ଆମେ ବହୁତ ଆଗରେ ରହିଛୁ । ଯାହା କି ୬.୨ ପ୍ରତିଶତ ରହିଛି ।  ରେଳ ଯୋଗାଯୋଗ, ବିମାନ ଚାଳଚଳ ଭଳି ପ୍ରତି କ୍ଷେତ୍ରରେ କେନ୍ଦ୍ର ର ଭରପୁର ସହଯୋଗ ମିଳୁଛି । ଆଗାମୀ ଦିନରେ ସୁ ଶାସନ ଯୋଗାଇ ବାରେ ଓଡ଼ିଶ ରୋଲ ମଡେଲ ହେବ। ୩ ଲକ୍ଷ ୨୦ ହଜାର ଲୋକ ଭିଜିନ ଡକ୍ୟୁମେଣ୍ଟ ପାଇଁ ପ୍ରସ୍ତାବ ଦେଇଛନ୍ତି ୨୦୩୬ ର ଓଡ଼ିଶ କେମିତି ହେବ ତାହାର ନକ୍ସା ରଖିଛନ୍ତି । ତୃତୀୟ ମହଲା ଆଉ ନାହିଁ ମୁଖ୍ୟମନ୍ତ୍ରୀ ଅଫିସ କୁହାଯାଉଛି। ମୁଁ ନିଜକୁ ନିଜେ ମାର୍କ ଦେବାର ଆବଶ୍ୟକ ନାହିଁ । ଆପଣ ମାନେ ଜାଣିଥିବେ ଅନୁଭବ କରୁଥିବେ କେତେ ମାର୍କ ଦେବେ। 2036 ପାଇଁ 36ଟି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି।