ନବୀନ ସରକାର ମିଛ ପ୍ରତିଶ୍ରୁତି ଦେଇଥିଲେ
ଚାଷ ଓ ଚାଷୀ ପ୍ରସଙ୍ଗ ଉଠାଇ ପୂର୍ବ ସରକାରକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବରଗଡ଼ରେ ଚାଷୀଙ୍କୁ ବୋନସ ଦେବା କଥା କହିଥିଲେ ପୂର୍ବ ସରକାର । କିନ୍ତୁ କଥା ଦେଇ କଥା ରଖି ପାରିଲେନି । ନବୀନ ସରକାର ମିଛ ପ୍ରତିଶ୍ରୁତି ଦେଇଥିଲେ । ମୋହନ ସରକାର ଯାହା କହେ ସେୟା କରେ । ଏମଏସପି ମୂଲ୍ୟ ବଢିବା ପରେ ଚାଷୀ ଉପକୃତ ହୋଇଛନ୍ତି । ବଜେଟରେ ଜଳସେଚନ ବିଭାଗକୁ ଗୁରୁତ୍ୱ ଦିଆଯାଇଛି । ପ୍ରତ୍ୟେକ ବ୍ଲକରେ ୧୫ଲକ୍ଷ ହେକ୍ଟର ଚାଷଜମି ଜଳସେଚନ ଲକ୍ଷ୍ୟ ରଖାଯାଇଛି । ଚାଷୀଙ୍କ ଉନ୍ନତି ପାଇଁ ବଜେଟରେ ୩୭.୮୩୮ କୋଟି ବ୍ୟୟବରାଦ କରାଯାଇଛି । କେବଳ ଧାନ ନୁହେଁ ଅନ୍ୟ ଲାଭଦାୟକ ଫସଲକୁ ଗୁରୁତ୍ୱ ଦେଇଛି ବିଜେପି ସରକାର ।
