ଆମ ବିମାନ ସେବା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଆମ ବିମାନ ସେବା ଯୋଜନାର ଶୁଭାରମ୍ଭ । ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ସହ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଯୋଜନାରେ ଆଜି ଭୁବନେଶ୍ୱରରୁ ଝାରସୁଗୁଡ଼ା ଏୟାରପୋର୍ଟକୁ ଉଡ଼ିଛି ବିମାନ ।

ଏହି ସେବା ଆସନ୍ତା ୧ ସେପ୍ଟେମ୍ବର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ। ସପ୍ତାହକୁ ୫ ଦିନ ଆମ ବିମାନ ସେବାରେ ଉଡ଼ିବ ବିମାନ। କେବଳ ରବି ଓ ସୋମ ବାରକୁ ଛାଡି ଅନ୍ୟ ସବୁଦିନ ଏହି ବିମାନ ସେବା ଉପଲବ୍ଧ ରହିବ। ଏହି ସେବା ଓଡ଼ିଶାର ନୂତନ ଗନ୍ତବ୍ୟସ୍ଥଳ ନୀତି ଅନୁଯାୟୀ ପରିଚାଳିତ ହେବ । ଏହା ରାଜ୍ୟରେ ସହଜ ବିମାନ ସଂଯୋଗ ସୃଷ୍ଟି କରିବା ସହ ଶିଳ୍ପ ଅଭିବୃଦ୍ଧି ଏବଂ ପର୍ଯ୍ୟଟନକୁ ଅଧିକ ସୁଦୃଢ କରାଇବ । ସେହିଭଳି ସୁଗମ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ କରାଇବ ଆମ ବିମାନ ସେବା ଯୋଜନା ।

ଏହି ସେବା ଓଡ଼ିଶାର ନୂତନ ଗନ୍ତବ୍ୟସ୍ଥଳ ନୀତି ଅନୁଯାୟୀ ପରିଚାଳିତ ହେବ । ଏହା ରାଜ୍ୟରେ ସହଜ ବିମାନ ସଂଯୋଗ ସୃଷ୍ଟି କରିବା ସହ ଶିଳ୍ପ ଅଭିବୃଦ୍ଧି ଏବଂ ପର୍ଯ୍ୟଟନକୁ ଅଧିକ ସୁଦୃଢ କରାଇବ । ସେହିଭଳି ସୁଗମ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ କରାଇବ ଏହି ବିମାନ ସେବା । ଭୁବନେଶ୍ୱର ବିମାନ ବନ୍ଦରରୁ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା କୁ ଷ୍ଟାର ଏୟାର ବିମାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପତାକା ଦେଖାଇ ଆଜି ଏହି ବିମାନ ସେବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିମାନରେ ୭୬ ଟି ସିଟ ରହିବା ଯାହାକି ୪୫ ମିନିଟ ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା କୁ ଯୋଡ଼ିବ ଏହି ସେବା ବୋଲି ସେ କହିଛନ୍ତି । ବର୍ତମାନ ୩୯ ରୁଟ ରେ ବିମାନ ଚଳାଚଳ କରୁଛି । ଏହାକୁ ଆହୁରି ଅଧିକ ବ୍ୟାପକ କରାଯିବ । ଏବେ ରାଜ୍ୟରେ ୧୪ ଟି ଏୟାର ଷ୍ଟ୍ରିପ ଚାଲିଛି । ଆଗକୁ ଆହୁରି ୧୫ ଜିଲ୍ଲାରେ ଆଗକୁ ହେଲିପ୍ୟାଡ ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଛି । ଖୁବ୍ ଶୀଘ୍ର ଏହାକୁ ନେଇ କାର୍ଯ୍ୟକ୍ଷମ ହେବ । ଆଗାମୀ ଦିନରେ ଏହି ବିମାନ ବନ୍ଦର କୁ ଅଧିକ ବ୍ୟାପକ କରାଯିବ ।
