ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମହାରାଷ୍ଟ୍ର ନିର୍ବାଚନ: ନାମାଙ୍କନ ଏକନାଥ ସିନ୍ଦେ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନାମାଙ୍କନପତ୍ର ଦାଖଲ କରିଛନ୍ତି। କୋପ୍ରି ପାଚପାଖାଡି ଆସନରୁ ଏକନାଥ ସିନ୍ଦେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ପରିବାର ସଦସ୍ୟ ତଥା ଡେପୁଟି ସିଏମ୍ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏହା ପରେ ଏକାନଥ ସିନ୍ଦେଙ୍କ ଶିବସେନାର ଶକ୍ତି ପ୍ରଦର୍ଶନ ମଧ୍ୟ ଥାନାରେ ଦେଖିବାକୁ ମିଳିଥିଲା। ସିଏମ୍ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବା ପାଇଁ ଅନେକ ଶିବସେନାର ବଡ଼ ବଡ଼ ନେତା ଓ କର୍ମକର୍ତ୍ତା ନାମାଙ୍କନ ପତ୍ରରେ ଭରିବା ସମୟରେ ଉପସ୍ଥିତ ଥିଲେ ।ନାମାଙ୍କନପତ୍ର ଦାଖଲ କରିବା ପରେ ଶିବସେନାର ଶକ୍ତି ପ୍ରଦର୍ଶନ ପାଇଁ ଏକ ବଡ଼ ରାଲିର ଆୟୋଜନ କରାଯାଇଥିଲା । ଏହି ସମୟରେ CM ନେତା, ବିଧାୟକ ଏବଂ ସାଂସଦମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *