ମହର୍ଷି କଲେଜରେ ତାତିଲା ଛାତ୍ର କଂଗ୍ରେସ

ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଦାହ କଲା ଛାତ୍ର କଂଗ୍ରେସ

ମହର୍ଷି କଲେଜରେ ତାତିଲା ଛାତ୍ର କଂଗ୍ରେସ। ଚିରିଲା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର, ଲଗାଇଲା ମହାପୁରୁଷଙ୍କ ଫଟୋ। କଲେଜ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷଙ୍କ ପୋଷ୍ଟର ଲଗାଇଲା ଛାତ୍ର କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ କାଢ଼ି ସେଥିରେ ନିଆଁ ଲଗାଇଛନ୍ତି । ଶୈଖିକ ବାତାବରଣରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ଶାସକ ଦଳ, ଦଳୀୟ କାର୍ଯ୍ୟାଳୟରେ ପରିଣତ କରିଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ

। ଭୁବନେଶ୍ୱର ମହର୍ଷି କଲେଜ କ୍ୟାମ୍ପସରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦାହ କରିଛି । ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ନହେବା, ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା, କ୍ୟାମ୍ପସ ବାତାବରଣ ନଷ୍ଟ କରିବା ବେଳେ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛି କଂଗ୍ରେସ । ଏଭଳି କ୍ଷେତ୍ରରେ କଲେଜ କ୍ୟାମ୍ପସରେ ମହାପୁରୁଷଙ୍କ ବଦଳରେ କାହିଁକି ଦଳୀୟ ଫଟୋ ଲଗାଯିବ ସେନେଇ କଂଗ୍ରେସ ପ୍ରତିବାଦ କରିଛି ।