ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲା

ବାହାନଗା ଘଟଣାରେ ଗିରଫ ୩ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ବହୁଚର୍ଚ୍ଚିତ ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲା । ତଦନ୍ତକାରୀ ସଂସ୍ଥା ସିବିଆଇ ଗିରଫ ହୋଇଥିବା ୩ ଜଣ ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ।  ସିବିଆଇ ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଆଇପିସିର ଦଫା ୩୦୪(୨), ୩୪ରେ ରେଳ ବିଭାଗର କର୍ମଚାରୀ ଅରୁଣ କୁମାର ମହାନ୍ତ(ଏସଇଇ (ସିଗନାଲ୍) ଇନଚାର୍ଜ), ମହମ୍ମଦ ଅମୀର ଖାନ (ଏସଇଇ ସିଗନାଲ୍ )ଓ ପପୁ କୁମାର (ଟେକନିସିଆନ୍) ଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଅଭିଯୁକ୍ତମାନଙ୍କୁ ୨୦୨୩ ଜୁଲାଇ ୭ରେ ଗିରଫ କରାଯାଇଥିଲା ଏବଂ ସେମାନେ ଜୁଡିସିଆଲ୍ କଷ୍ଟୋଡିରେ ଅଛନ୍ତି । ଗତ ଜୁନ୍‌ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ବାହାନଗା ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ମର୍ମନ୍ତୁଦ ଘଟଣାର ତଦନ୍ତ ଭାର ନେବାପରଠୁ ସିବିଆଇ ଏହା ପଛର କାରଣ ଖୋଜିଥିଲା।