ବନ୍ଦ ହେଲା ବାବା କେଦାରନାଥଙ୍କ ମନ୍ଦିର
ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ । ଶୀତ ଋତୁ ପାଇଁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ଆଜି ବାବା କେଦାରନାଥ ପୀଠ କପାଟକୁ ବନ୍ଦ କରାଯାଇଛି । ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବାବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି । ୧୧ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ଧାମ ଭାବେ ବିଶ୍ୱ ବିଖ୍ୟାତ କେଦାରନାଥ ପୀଠକୁ ଆଜି ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଛି। ଏଥିନିମନ୍ତେ ରାତି ୪ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସକାଳ ୮ଟା୩୦ରେ କବାଟ ବନ୍ଦ କରାଯାଇଛି । ଆଜି ବାବା କେଦାରନାଥଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।