CMC ବୈଠକରେ ଉଡ଼ିଲା ଚେୟାର୍

ସିଏମସି କାଉନସିଲ ବୈଠକରେ ଗଣ୍ଡଗୋଳ

CMC ବୈଠକରେ ଉଡ଼ିଲା ଚେୟାର୍। ପୁଣି ଥରେ କଟକ ମହାନଗର ନିଗମ ବୈଠକରେ ବଡ଼ ହଙ୍ଗାମା। ଆଜି ସିଏମସି କାଉନସିଲ ବୈଠକ ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଛି। ବୈଠକରେ ଚେୟାର ଫିଙ୍ଗିଛନ୍ତି କର୍ପୋରେଟର। କଟକର ୫୧ ନଂ ୱାର୍ଡରେ ଜିମ୍ ଯନ୍ତ୍ରାଂଶ ଲାଗିବାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା କି ଚେୟାର ଫିଙ୍ଗିବା ସହ ପାଟି ଫୋପଡ଼ା ଫୋପଡ଼ି ସ୍ଥିତି ଉପୁଜିଥିଲା। ଗଣ୍ଡଗୋଳ ଯୋଗୁଁ ଅଧାରେ ବନ୍ଦ ହୋଇଛି CMC କାଉନସିଲ୍ ବୈଠକ।