ଚାନ୍ଦବାଲିରେ ସର୍ବାଧିକ ୭୪ ମିଲିମିଟର ବର୍ଷା
ଓଡ଼ିଶାର କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ଆଶଙ୍କାରେ ୫ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ଓ କାଲି ପାଇଁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ଅନ୍ୟ ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ବାତ୍ୟା ମୋନ୍ଥାର ପ୍ରଭାବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ସର୍ବାଧିକ ୭୪ ମିଲିମିଟର ବର୍ଷା ହୋଇଛି । ଗତକାଲି ଦିନ ତମାମ ବର୍ଷା ଜାରି ରହିଥିଲା । ସନ୍ଧ୍ୟାରେ ଟିକିଏ କମିବା ପରେ ପୁଣି ମଧ୍ୟରାତ୍ରରୁ ବର୍ଷା ହୋଇଥିଲା । ଲଗାଣ ବର୍ଷା ଯୋଗୁଁ ଫସଲ ଉଜୁଡ଼ିଯିବା ଭୟରେ ଚିନ୍ତାରେ ଚାଷୀକୂଳ ।
