ଆସନ୍ତା ୩୦ ତାରିଖରେ ବିଜେପିରେ ମିଶିବେ ଚମ୍ପାଇ

ବିଜେପିରେ ମିଶିବେ ଚମ୍ପାଇ ସୋରେନ

ବିଜେପିରେ ଯୋଗଦେବେ ଝାଡ଼ଖଣ୍ଡର ପର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନ୍ । ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା । ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି । ଝାଡ଼ଖଣ୍ଡର ଆଦିବାସୀ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚମ୍ପାଇ ସୋରେନ । ଚମ୍ପାଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଆସନ୍ତା ୩୦ ତାରିଖରେ ରାଞ୍ଚିରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ବେଳେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ । ତେବେ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ । ଏହାପରେ ଜେଏମଏମରେ ବିବାଦ ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *