ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା, ୬ ଘର ନଷ୍ଟ ଏବଂ ୭ ନିଖୋଜ
ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ରାତିସାରା ପ୍ରବଳ ବର୍ଷା ପରେ, ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ନନ୍ଦନାଗର ଘାଟ ଅଞ୍ଚଳର କୁନ୍ତରୀ ଲଙ୍ଗାଫାଲି ଏବଂ ଧୂର୍ମା ଗାଁରେ ଅନେକ ଘର ଏବଂ ଯାନବାହନ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛି ।ଚାମୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ଦୀପ ତିୱାରୀଙ୍କ ଅନୁଯାୟୀ, ନନ୍ଦନନଗରର କୁନ୍ତରୀ ଲଙ୍ଗାଫାଲି ୱାର୍ଡରେ ୬ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ଏବଂ ୭ ଜଣ ନିଖୋଜ ଅଛନ୍ତି । ରିଲିଫ୍ ଏବଂ ଉଦ୍ଧାର ଦଳ ଦୁଇଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।ଧୂର୍ମା ଗାଁରେ ମଧ୍ୟ ବାଦଲଫଟା ବର୍ଷା ଫଳରେ ବହୁତ କ୍ଷତି ହୋଇଛି । ଅନେକ ଯାନବାହାନ, ଦୋକାନ ଏବଂ ଘର ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, SDRF, NDRF ଏବଂ ତହସିଲ ପ୍ରଶାସନର ଦଳ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗୋପେଶ୍ୱରସ୍ଥିତ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ମଧ୍ୟ ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛି ଯେ ଭୂସ୍ଖଳନର ଭଗ୍ନାବଶେଷ ଯୋଗୁଁ ଅନେକ ଘର ନଷ୍ଟ ହୋଇଯାଇଛି । ଖରାପ ପାଗ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି, କିନ୍ତୁ ପ୍ରଶାସନ ଦଳ ନିଖୋଜ ଲୋକଙ୍କୁ ଖୋଜିବା ଜାରି ରଖିଛନ୍ତି ।
