ଯୁଦ୍ଧ ପାଇଁ ଭାରତର ପ୍ରସ୍ତୁତି!

୭ରେ ମକ୍‌ ଡ୍ରିଲ୍ କରିବାକୁ ଅନେକ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ଭାରତ ପାକିସ୍ତାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଯୁଦ୍ଧ ସମ୍ଭାବନା ମଧ୍ୟ ବଢିବାରେ ଲାଗିଛି। ମେ ୭ରେ ପ୍ରତିରକ୍ଷା ପ୍ରସ୍ତୁତି ଡ୍ରିଲ କରିବେ କିଛି ରାଜ୍ୟ ।  ମକ୍ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ। ଯୁଦ୍ଧ ସମୟରେ କି ପଦକ୍ଷେପ ନେବାକୁ ହେବ ତାକୁ ନେଇ ଏହି ମକ୍ ଡ୍ରିଲ।  ଏୟାର ରେଡ୍ ୱାର୍ଣ୍ଣିଂ ସାଇରନ୍ ବାଜିଲେ କଣ କରିବାକୁ ହେବ, ତା ଉପରେ ମକ ଡ୍ରିଲ ହେବ । ସେହିପରି ସାଧାରଣ ନାଗରିକ, ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ। ଯୁଦ୍ଧ ସମୟରେ ସେମାନେ ନିଜକୁ କିଭଳି ରକ୍ଷା କରିବେ ସେ ନେଇ ତାଙ୍କୁ ତାଲିମ ଦିଆଯିବ । ରାତିରେ କିଭଳି ସହରକୁ ସଂପୂର୍ଣ୍ଣ ସନ୍ଧାର କରାଯିବ, ସେନେଇ ମକ ଡ୍ରିଲ ହେବ।  ସେହିପରି ଆବଶ୍ୟକ ସ୍ଥଳେ ଲୋକଙ୍କୁ ଖାଲି କରାଯିବ ।  ଏହି ପ୍ଲାନିଂ କିଭଳି ହେବ, ମକଡ୍ରିଲ ବେଳେ ତାର ରିହରସାଲ କରାଯିବ । ପଞ୍ଜାବ ଫିରୋଜପୁରରେ ବ୍ଳାକ୍ ଆଉଟ ମକ୍ ଡ୍ରିଲ ହୋଇଥିଲା। ଏହା ପୂର୍ବରୁ କେବଳ ୧୯୭୧ ଯୁଦ୍ଧ ବେଳେ ଏଭଳି ମକ ଡ୍ରିଲ ହୋଇଥିଲା । ପହଲଗାମ ଆକ୍ରମଣ ପରେ ଦୁଇ ଦେଶ ଯୁଦ୍ଧ ପ୍ରସ୍ତୁତି କରୁଥିବା ବେଳେ ବିଭିନ୍ନ ରାଜ୍ୟକୁ ମକ ଡ୍ରିଲ କରିବାକୁ କୁହାଯାଇଛି  ।