ଦୀପାବଳି ଗିଫ୍ଟ ଘୋଷଣା କଲା କେନ୍ଦ୍ର
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୪% ମହଙ୍ଗା ଭତ୍ତା ବୃଦ୍ଧି ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ନିଷ୍ପତ୍ତି ପରେ ସମ୍ପ୍ରତି ୪୨% ଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬%କୁ ବୃଦ୍ଧି ପାଇବ । ଏହି ନିଷ୍ପତ୍ତି ଦ୍ବାରା ୧ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ଉପକୃତ ହେବେ । ପ୍ରତିମାସରେ ‘ଲେବର୍ ବ୍ୟୁରୋ’ ପ୍ରକାଶ କରୁଥିବା ସଦ୍ୟତମ ‘କଞ୍ଜୁମର୍ ପ୍ରାଇସ୍ ଇଣ୍ଡେକ୍ସ୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ’ (ସିପିଆଇ-ଆଇଡବ୍ଲୁ) ଆଧାରରେ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ନିମନ୍ତେ ମହଙ୍ଗା ଭତ୍ତା ହିସାବ କରାଯାଏ। ‘ଲେବର୍ ବ୍ୟୁରୋ’ ହେଉଛି ଶ୍ରମ ମନ୍ତ୍ରାଳୟର ଶାଖା। ୨୦୨୩ ମାର୍ଚ ୨୪ ତାରିଖରେ ଶେଷ ଥର ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ପାଇଥିଲା ।