ବିଜେପି ଉପରେ ବର୍ଷିଲେ ଶ୍ରମିକ ନେତା ମାୟାଧର ନାୟକ
ସାରା ରାଜ୍ୟରେ ଏବେ ମଣିପୁରରେ ହିଂସାକାଣ୍ଡ ଘଟଣାକୁ ନେଇ ଜାରି ରହିଛି ଆଲୋଚନା ଓ ପ୍ରତିବାଦ । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ଘଟଣାକୁ ପ୍ରତିବାଦ କରାଯାଉଥିବା ଦେଖିବାକୁ ମିଳୁଛି । ସେପଟେ ମଣିପୁରରେ ଶାନ୍ତି ଫେରେଇ ଆଣିବାକୁ ନେଇ ବ୍ୟାସନଗର ଉମାପଦା ସ୍ଥିତ କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ l ଗତ କିଛି ମାସ ହେବ ମଣିପୁର ରାଜ୍ୟରେ ହିଂସାକାଣ୍ଡ ଘଟି ଅନେକ କ୍ଷୟକ୍ଷତି ଘଟିଛି l ଏହି ହିଂସାକାଣ୍ଡରେ ବେଶି ପ୍ରଭାବିତ ହେଇଛନ୍ତି ମହିଳା l
ତେବେ ଏହି ହିଂସାକାଣ୍ଡ ପାଇଁ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ରାଜ୍ୟର ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ l ଏଥିସହିତ ଶ୍ରମିକ ନେତା ଶ୍ରୀ ନାୟକ ପ୍ରେସମିଟ୍ ରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି l ସେପଟେ ମଣିପୁରରେ କିଭଳି ଶାନ୍ତି ଫେରି ଆସିବ ସାରା ଦେଶବାସୀ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ ବରିଷ୍ଠ ଓ ଯୁବ ସାମ୍ବାଦିକ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ l