୨୦୨୫ ଜାନୁଆରୀରେ ଆରମ୍ଭ ହୋଇପାରେ ଜନଗଣନା

ଜାନୁଆରୀରେ ଆରମ୍ଭ ହୋଇପାରେ ଜନଗଣନା

ଆସନ୍ତା ୨୦୨୫ ଜାନୁଆରୀରେ ଦେଶରେ ଜନଣଗନା ଆରମ୍ଭ ହେବାର ସମ୍ଭାବନା ରହିଛି । ଜନଗଣନା ରେଜିଷ୍ଟ୍ରାର ଏକ ଆଦେଶ ଜାରି କରି ରାଜ୍ୟମାନଙ୍କୁ ନିଜର ଗାଁ, ବ୍ଲକ, ତହସିଲ, ସବ୍‌ଡିଭିଜନ ଓ ଜିଲ୍ଲାର ସୀମା ପରିବର୍ତ୍ତନ କରିବାର ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷକରିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଏହି ସମୟ ସୀମା ଜୁନ ୩୦ ତାରିଖ ରହିଥିଲା । ଜନଗଣନା ଆରମ୍ଭ କରିବା ପର୍ବୂରୁ ପ୍ରଥମ ସର୍ତ୍ତ ରହିଥିଲା ସରକାରୀ ସିଲିଂ କରିବା । ଡିସେମ୍ବର ୩୧ ତାରିଖ ସୁଦ୍ଧା ସୀମା ସିଲିଂ ଶେଷ ହେବା ପରେ ୨୦୨୫ ଜାନୁଆରୀରେ ଜନଗଣନା ହେବାର ସମ୍ଭାବନା ରହିଛି । ସରକାରୀ ସୀମା ସିଲିଂ ସମୟ ଗତ ଦୁଇବର୍ଷ ହେଲା ବଢ଼ିବଢ଼ି ଚାଲିଛି । ଗତ ସେପ୍ଟେମ୍ବରରେ ଜନଗଣନା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସେହି ସମୟରେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠିଥିଲା । ତେଣୁ କେନ୍ଦ୍ର ସରକାର ଓବିସି (ପଛୁଆ ବର୍ଗ) ଗଣନାକୁ ସାମିଲ କରିବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି । ଯଦି ଓବିସି ଗଣନା କରାଯିବ ତେବେ ଏଥିପାଇଁ ଜନଗଣନା ଆଇନରେ ସଂଶୋଧନ ମଧ୍ୟ କରିବାକୁ ପଡିବ । ଜନଗଣନା ଶୀଘ୍ର ଶେଷ କରିବାର ଦୁଇଟି ପ୍ରମୁଖ କାରଣ ରହିଛି ।

Leave a Reply

Your email address will not be published. Required fields are marked *