ଓଡ଼ିଶାର ସବୁ ସ୍କୁଲରେ ଲାଗିବ CCTV
ଓଡ଼ିଶାର ସବୁ ସ୍କୁଲରେ ଲାଗିବ CCTV। CBSE ସ୍କୁଲ ଭଳି ଓଡ଼ିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି। ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର। ରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ, CBSE ଏହାର ସମସ୍ତ ସ୍କୁଲକୁ ପରିସରରେ ଉଚ୍ଚ ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ଲଗାଇବାକୁ କହିଛି। CBSE ‘ସ୍କୁଲ ସୁରକ୍ଷା’ ଅଧୀନରେ ଆଫିଲିଏସନ ବାଏ ଲ -୨୦୧୮ ସଂଶୋଧନ କରିଛି ଏବଂ ବୋର୍ଡର ସମସ୍ତ ଆଫିଲିଏଡ ସ୍କୁଲ ପାଇଁ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରିଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR)ର ମାର୍ଗଦର୍ଶିକା ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।
