CBSE ଦ୍ୱାଦଶ ରେଜଲ୍ଟ, ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍
ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ୱରରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ପାସ୍ କରିଛନ୍ତି । ଚଳିତ ବର୍ଷ ୧୬,୯୨,୭୯୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪,୯,୩୦୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୧.୬୪ ପ୍ରତିଶତ ଛାତ୍ରୀ ପାସ୍ ହାର ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୫.୭୦ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ cbse.gov.in , cbseresults.nic.in , results.cbse.nic.in ୱେବସାଇଟରେ ରେଜଲ୍ଟ ଦେଖି ପାରିବେ । ଏହି ୱେବସାଇଟରେ ଲଗଇନ କରି ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖି ପାରିବେ । ଯେଉଁମାନଙ୍କର ଇଂଟରନେଟ ସଂଯୋଗ ନାହିଁ ସେମାନେ ଇଂଟେରାକ୍ଟିଭ ଭଏସ ରେସପନ୍ସ ସିଷ୍ଟମ (ଆଇଭିଆରଏସ) ଜରିଆରେ ରେଜଲ୍ଟ ଜାଣିପାରିବେ । ଏହି ଜରିଆରେ ଏସଟିଡି କୋଡ୍ ଦେଇ ଏବଂ ରୋଲ ନମ୍ବର ସହିତ ଅନ୍ୟାନ୍ୟ ଜରୁରୀ ତଥ୍ୟ ଦେଇ ରେଜଲ୍ଟ ଜାଣି ପାରିବେ । ସେହିପରି ଏସଏମଏସ ଜରିଆରେ ମଧ୍ୟ ରେଜଲ୍ଟ ଜାଣି ପାରିବେ । ୭୭୩୮୨୯୯୮୯୯ କୁ CBSE10 ଲେଖି ରେଜଲ୍ଟ ଦେଖି ପାରିବେ । ୨୦୨୪ରେ ୮୭.୯୮ ପ୍ରତିଶତ ପାସ୍ ହାର ରହିଥିବା ବେଳେ ଚଳିତବର୍ଷ ୦.୪୧ ପ୍ରତିଶତ ପାସ୍ ହାର ବୃଦ୍ଧି ପାଇଛି । ଦେଶରେ ଛାତ୍ରୀଙ୍କ ପାସ୍ହାର ୯୧.୬୪%, ଛାତ୍ରଙ୍କ ପାସ୍ହାର ୮୫.୭୦% -JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ୍ ରହିଛି ।
CBSE ଦଶମ ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି। ପାସ୍ ହାର ୯୩.୬୬ ପ୍ରତିଶତ। CBSE ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଭୁବନେଶ୍ବର ଜୋନ୍ରେ ପାସ୍ ହାର ୯୨.୬୪%। ସଫଳତାରେ ତ୍ରିଭେନ୍ଦ୍ରମ ଆଗରେ, ପାସ୍ ହାର ୯୯.୭୯%। ବିଜୟୱାଡା ପାସ୍ ହାର ୯୯.୭୯%, ବେଙ୍ଗାଳୁରୁ ପାସ୍ ହାର ୯୮.୯୦%।
