ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍
କୋଲକାତା ଆର୍ଜି କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ତାଙ୍କ ଘରେ ଆଜି ରେଡ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ବେଲେଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର ସମେତ କୋଲକାତାର ୧୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ସନ୍ଦୀପ ଘୋଷଙ୍କ ଘର ବ୍ୟବତୀତ ସିବିଆଇର ଏକ ଟିମ୍ ଆର୍ ଜି କର ହସ୍ପିଟାଲ ଫରେନ୍ସିକ୍ ଡିପାର୍ଟମେଣ୍ଟର ଡକ୍ଟର ଦେବାଶିଷ ସୋମଙ୍କ ଘରେ ମଧ୍ୟ ପହଞ୍ଚିଛି। ଦେବଶିଷ ସୋମ ସନ୍ଦୀପ ଘୋଷଙ୍କ ଅତି ନିକଟତର। ଦେବଶିଷଙ୍କ ଘର କୋଲକାତାର କେଶଟୋପୁରରେ ଅଛି। ଆରଜି କର ହସ୍ପିଟାଲରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍ ତାଙ୍କ ଘରେ ମଧ୍ୟ ଚଢ଼ାଉ କରିଛି। ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ଗତକାଲି ସନ୍ଦୀପ ଘୋଷ ବିରୋଧରେ ଆଣ୍ଟି କରନପସନ୍ ୱିଙ୍ଗ ମାମଲା ଦାୟର କରିଥିଲା। ଏହାପରେ ତାଙ୍କ ଗିରଫ ସମ୍ଭାବନା ବଢ଼ିଛି।