ଭୁପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାସଭବନରେ ସିବିଆଇ ଚଢ଼ାଇ ହେଉଛି। ମହାଦେବ ବେଟିଂ ଆପ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କଂଗ୍ରେସ ମହାସଚିବ ତଥା ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀଲଙ୍କ ବାସଭବନରେ ଚଢାଉ କରିଛି। ଭୁପେଶ ବାଘେଲଙ୍କ ସମେତ ଭିଲାଇ ବିଧାୟକ ଦେବେନ୍ଦ୍ର ଯାଦବ ଏବଂ ଅନ୍ୟ କିଛି ନେତାଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି। ୨୦୧୭ ସିଡି ଦୁର୍ନୀତି ମାମଲା, ମହାଦେବ ବେଟିଂ ଆପ ମାମଲରେ ଚଢାଉ କରିଛି ସିବିଆଇ। ପୂର୍ବରୁ ଏହି ମାମଲରେ ଛାନଭିନ୍ କରି ସାରିଛି ଇଡି।
