ପଦାରେ ପଡ଼ିଲା ଲାଞ୍ଚ କାରବାର ପଛର କାରନାମା

CBI ଅଧିକାରୀଙ୍କ ନାଁରେ CBI ର ଏତଲା

CBI ଅଧିକାରୀଙ୍କ ନାଁରେ CBI ର ଏତଲା । ପଦାରେ ପଡ଼ିଲା ଲାଞ୍ଚ କାରବାର ପଛର କାରନାମା । ସୁନ୍ଦରଗଡ଼ ଏମସିଏଲରେ ଦିଲ୍ଲୀ ସିବିଆଇ ଚଢ଼ଉ ପରେ ସାମ୍ନାକୁ ଆସିଛି ଘଟଣା। ଭୁବନେଶ୍ବର ସିବିଆଇ ASI ନାମରେ ମାମଲା । ସିବିଆଇର ଭୁବନେଶ୍ବର ଶାଖାରେ ଏଏସଆଇ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାର ପଲେଇ ଏବେ ସନ୍ଦେହଘେରରେ ।ବସୁନ୍ଧରା ଅଞ୍ଚଳରେ ଏମ୍ ସିଏଲ୍ ଗର୍ଜନବାହାଲ ଓପନ କା­­­ଷ୍ଟ ପ୍ରୋଜେକ୍ଟର ଡେସ୍ ପାଚ୍ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ,କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଫାଇଦା ନେଉଥିବା ଜଣାପଡ଼ିଛି ।ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି CBIର ASI ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା । ସେହି ଆଧାରେ ସିବିଆଇ ପକ୍ଷରୁ CBI ଏଏସ୍ ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଲିଙ୍କ୍ ରେ ଦିଲ୍ଲୀ ସିବିଆଇର ୩ଜଣିଆ ଦଳ ସୁନ୍ଦରଗଡ଼ର ଏମ୍ ସିଏଲ୍ ରେ ଚଢ଼ଉ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *