Ed ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ବାନ୍ଧିଲା CBI

CBI ପଞ୍ଝାରେ Ed ବାବୁ

Ed ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ବାନ୍ଧିଲା CBI । ଢେଙ୍କାନାଳର ଜଣେ ବ୍ୟବସାୟୀ ରତିକାନ୍ତ ରାଉତ ଜିନୁଙ୍କ ଠାରୁ ଲାଞ୍ଚ ନେବା ବେଳେ Ed ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି CBI ।  ଏକ ମାମଲାକୁ ରଫାଦଫା କରିବାକୁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଚିନ୍ତନ ରଘୁବଂଶୀଙ୍କ ଠାରୁ ୨୦ ଲକ୍ଷ ନଗଦ ଟଙ୍କା ସହ ଧରିଛି CBI ।  ସୂଚନା ଅନୁଯାୟୀ, ଜାନୁଆରୀ ମାସ ୮ ତାରିଖରେ ବ୍ୟବସାୟୀ ରତିକାନ୍ତ ରାଉତଙ୍କ ୧୪ ଟି ଶିଳ୍ପ ପ୍ରତିଷ୍ଠା ଉପରେ ଇଡିର ଚଢାଉ ହୋଇଥିଲା ।

ରଘୁବଂଶୀ ତାଙ୍କ ବିରୁଦ୍ଧରେ ଏକ ଇଡି ମାମଲା ଖାରଜ କରିବା ପାଇଁ ଭୁବନେଶ୍ୱରର ଖଣି ଅପରେଟରଙ୍କ ଠାରୁ ବିପୁଳ ପରିମାଣର ଲାଞ୍ଚ ଦାବି କରୁଥିଲେ ।  ଶେଷରେ, ସେ ୫୦ ଲକ୍ଷ ଟଙ୍କାରେ ଲାଞ୍ଚ କାରବାର ସ୍ଥିର କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ୫୦ ଲକ୍ଷ ଟଙ୍କାର ଲାଞ୍ଚ କାରବାରରେ ପ୍ରଥମ କିସ୍ତି ଭାବରେ ୨୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ସମୟରେ ସିବିଆଇର ଏକ ଦଳ ରଘୁବଂଶୀଙ୍କୁ ଗିରଫ କରିଛି ।