ତଦନ୍ତକୁ ବାଟବଣା କରିବା ଉଦ୍ୟମରେ ସନ୍ଦୀପ ଘୋଷଙ୍କୁ ପୁଣି ଗିରଫ

ସନ୍ଦୀପ ଘୋଷଙ୍କୁ ପୁଣି ଗିରଫ

କୋଲକାତା ଅଭୟା କାଣ୍ଡରେ ସିବିଆଇର ବଡ଼ ଆକ୍ସନ୍ । ପୂର୍ବରୁ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା RG କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପୁଣି ଗିରଫ କରିଛି ସିବିଆଇ । ଏଥର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ସନ୍ଦୀପ ଘୋଷ । ଏଥିସହ ଟାଲା ଥାନାର ଅଫିସର ଇନଚାର୍ଜ ଅଭିଜିତ ମଣ୍ଡଳଙ୍କୁ ବି ଗିରଫ କରିଛି ସିବିଆଇ । ଅଭିଜିତ ମଣ୍ଡଳ ହେଉଛନ୍ତି ସେହି ପୋଲିସ ଅଧିକାରୀ, ଯିଏ କି ପୀଡ଼ିତାଙ୍କ ମୃତଦେହ ଉଦ୍ଧାର ପରେ ପ୍ରଥମେ ଘଟଣାର ଛାନଭିନ ଆରମ୍ଭ କରିଥିଲେ । ତେବେ ତଦନ୍ତକୁ ଭ୍ରମିତ କରିବା, ବିଳମ୍ବରେ ଏତଲା ଗ୍ରହଣ, ପ୍ରମାଣ ନଷ୍ଟ ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଆଜି ଗିରଫ ହୋଇଛନ୍ତି ଅଭିଜିତ ମଣ୍ଡଳ । ଏକ୍ସ-ପ୍ରିନ୍ସିପାଲ ସନ୍ଦୀପ ଘୋଷ ବି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ ବୋଲି ଦର୍ଶାଇ ତାଙ୍କୁ ପୁଣିଥରେ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । କୋଲକାତା ଅଭୟାକାଣ୍ଡକୁ ୩୫ ଦିନ ଆଜି ପୂରିଥିବା ବେଳେ, ମାମଲାରେ ସିବିଆଇ ପ୍ରଥମ ଗିରଫଦାରୀ କରିଛି । ପୂର୍ବରୁ ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *