ବଢିଲା ଓଲିଉଡ୍ ଅଭିନେତ୍ରୀ ରିୟା ଦେ’ଙ୍କ ଅଡୁଆ

ରିୟାଙ୍କ ବିରୋଧରେ ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର

ବଢିଲା ଓଲିଉଡ୍ ଅଭିନେତ୍ରୀ ରିୟା ଦେ’ଙ୍କ ଅଡୁଆ। ରିୟାଙ୍କ ବିରୋଧରେ ଘରୋଇ ସହାୟିକା କରିଥିବା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ରିୟା ଓ ତାଙ୍କ ସ୍ବାମୀ ମାନସିକ ଓ ଶାରିରୀକ ନିର୍ୟାତନା ଦେଉଥିବା ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଘରୋଇ ସହାୟିକା। ଯୁବତୀ ଜଣକ କେୟାର ଟେକର ଭାବେ କାମ କରୁଥିଲେ। ରିୟାଙ୍କ ସ୍ବାମୀ ମଦ ବୋତଲରେ ତାଙ୍କୁ ବାଡ଼େଇଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ଯୁବତୀ ଜଣକ ରିୟାଙ୍କ ଘରୁ ଖସି ପଳେଇ ଆସି ଥାନାରେ ଅଭିଯୋଗ କରିଥିଲେ। ଦେଢ଼ ବର୍ଷ ହେବ ଯୁବତୀଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏପରିକି ଅଭିନେତ୍ରୀ ରିୟା, ଯୁବତୀ ଜଣଙ୍କୁ ବାହାର ପଟି ତାଲା ପକାଇ ରଖୁଥିବା ଭଳି ସାଘାଂତିକ ଅଭିଯୋଗ କରିଛନ୍ତି ଯୁବତୀ।