କାରକୁ ଧକ୍କା ଦେଲା କାର୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଯାତ୍ରୀ

କାରକୁ ଧକ୍କା ଦେଲା କାର୍

କାରକୁ ଧକ୍କା ଦେଲା କାର୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଯାତ୍ରୀ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଡମଣା ପଟୁ ନନ୍ଦନକାନନ ଅଭିମୁଖେ ଯାଉଥିଲା କାର୍ । ଦୁର୍ଘଟଣା ପରେ ଗାଡିର ବେଲୁନ୍ ବାହାରି ଆସିବାରୁ କୌଣସି ବଡ଼ ଅଘଟଣ ଘଟିନି । ୪ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇଟି ଗାଡିକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *