ପୋଲ ଉପରେ ଚାଲୁଥିଲା ଗାଡ଼ି, ହଠାତ୍ ମାଡ଼ିଆସିଲା ପାଣି

କାର୍ ପସିଗଲା ପାଣି ଭିତରେ, କାର୍ ଉପରେ ବସି ସାହାଯ୍ୟ ମାଗିଲେ ଯୁବକ

ମହାନଦୀରେ ଭାସିଗଲା କାର୍ । ଜଗତସିଂହପୁର ଜିଲ୍ଲାର ରାହାମା ଖୁସାଲପୁର ଗଳି ପୋଲ ନିକଟରେ ଭାସିଗଲା କାର | ସୂଚାନା ଅନୁସାରେ ଜଣେ ଯୁବକ କାର ଚଳାଇ ଯାଉଥିବାବେଳେ ହଠାତ ମହାନଦୀ ପାଣି ମାଡିଆସିଥିଲା | ଆଉ ପାଣି ମାଡି ଆସିବାରୁ କାର୍ ଟି ଭାସିଯାଇଥିଲା | କାର ଭାସି ଯିବାରୁ ଯୁବକ ଜଣକ କାର୍ ଉପରେ ଚଢି ଏକ ଗଛ ଉପରେ ଚଢ଼ି ଯାଇଛନ୍ତି । ଘଟଣାସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।