ଆଜି କୋଶଳ ରାଜ୍ୟ ଦାବିରେ ମହାବନ୍ଦ ଡାକରା !

କୋଶଳ ଦାବିରେ ଉଠୁଛି ପଡୁଛି ପଶ୍ଚିମ ଓଡ଼ିଶା !

ପୁଣି ରାଜ୍ୟରେ କୋଶଳ ତାତି । ଦୀର୍ଘ ଦିନ ଧରି ଆରମ୍ଭ ହୋଇଥିବା ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ବିଭାଜନ ତାତି କମିବାର ନାଁ ନେଉନି । ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ମହାବନ୍ଦ ଡାକରା ଦେଇଛି କୋସଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି। ଯେଉଁ ଡାକରାକୁ ସମର୍ଥନ ଜଣାଇ ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଉଛି।

ଏହି ବନ୍ଦ ର ପ୍ରଭାବ ବଲାଙ୍ଗିର ସମେତ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଦେଖିବାକୁ ମିଳିଛି। ଆନ୍ଦୋଳକାରୀମାନେ ପିକେଟିଂ କରି ଗାଡ଼ିମଟର ଚଳାଚଳକୁ ବନ୍ଦ କରିବା ସହ ଜୟ କୋଶଳ ନାରା ଦେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଆନ୍ଦୋଳନ ସମୟରେ ଅତ୍ୟାବଶ୍ୟକ ଜିନିଷ ଯଥା ମେଡିକାଲ, ଆମ୍ବୁଲାନ୍ସକୁ ବାଦ ଦେଇଛି କମିଟି।