ଅଶ୍ବିନୀଙ୍କ ବଢୁଛି ଚିନ୍ତା

ମନ୍ତ୍ରିମଣ୍ଡଳ ଅଦଳବଦଳ ଟେନସନ୍

ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ବଦଳିପାରେ ମୋଦି ମନ୍ତ୍ରିମଣ୍ଡଳ । ଏହାକୁ ଦେଶରେ ଜୋରଧରିଛି ରାଜନୀତିକ ଚର୍ଚ୍ଚା । କୁହାଯାଉଛି, ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ବାଦ୍ ପଡି ପାରନ୍ତି ଓଡିଶାର ତିନି ମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ୱବ ଓ ବିଶ୍ୱେଶର ଟୁଡୁଙ୍କ ଦାୟିତ୍ୱ ବଦଳିପାରେ ବୋଲି ହେଉଛି ଚର୍ଚ୍ଚା । ଆଉ ନୂଆ ମୁହଁ ଭାବେ ଜୁଏଲ ଓରାମ, ସୁରେଶ ପୂଜାରୀ ଏବଂ ସଙ୍ଗୀତା ସିଂଦେଓଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ବଦଳିପାରେ  ମନ୍ତ୍ରମଣ୍ଡଳ । ଏଭଳି ସମ୍ଭାବନା ଭିତରେ ଓଡିଶାର ତିନି ମନ୍ତ୍ରୀ ବାଦ୍ ପଡିବା ନେଇ ମଧ୍ୟ ଚର୍ଚ୍ଚା ବଢିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶର ଟୁଡୁଙ୍କ ଦାୟିତ୍ୱ ବଦଳିପାରେ । ଆଉ ନୂଆ ମୁହଁ ଭାବେ ଜୁଏଲ ଓରାମ, ସୁରେଶ ପୂଜାରୀ ଏବଂ ସଙ୍ଗୀତା ସିଂଦେଓଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ତେବେ ବାଦ୍ ପଡିବାର କାରଣ ଏବଂ ସାମିଲ ହେବାର ଆଧାର ଭିନ୍ନ ଭିନ୍ନ ରହିଛି । ତେବେ ବାହାନଗା ଦୁର୍ଘଟଣା ଯୋଗୁଁ ଅଶ୍ବିନୀଙ୍କ ପଦ ଯାଇପାରେ ବୋଲି ମତ ପ୍ରକାଶ ପାଉଛି ।