CA ପରୀକ୍ଷା ହେଲା ସ୍ଥଗିତ
ଭାରତ-ପାକିସ୍ତାନ ଯୁଦ୍ଧ ପରେ ICAI ପରୀକ୍ଷାକୁ ନେଇ ହେଲା ବଡ ଘୋଷଣା । ଯାହା ବର୍ତ୍ତମାନ ପରୀକ୍ଷା ଉପରେ ପ୍ରଭାବ ପକାଇଛି । ସୁରୁକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ମେ ମାସରେ ହେବାକୁ ଥିବା CAର ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଟ୍ସ ଅଫ୍ ଇଣ୍ଡିଆ (ICAI) ବାକି ଥିବା ପେପର ପରୀକ୍ଷାକୁ ସ୍ଥଗିତ କରିଯାଇଛି । ଏହି ପରୀକ୍ଷାରେ CA ଫାଇନାଲ, ଇଣ୍ଟରମିଡିଆ, ପୋଷ୍ଟ କ୍ବାଲିଫିକେସନ କୋର୍ସର ଇଣ୍ଟରନ୍ୟାସନାଲ୍ ଟ୍ୟାକ୍ସେସନ,ଅସେସମେଟ ଟେଷ୍ଟ ସାମିଲ ରହିଛି । ତେଣୁ ପରୀକ୍ଷା ସମ୍ବନ୍ଧୀୟ ସୂଚନା ନିମନ୍ତେ ICAIର ୱେବସାଇେଟକୁ ଯାଇ ଚେକ୍ କରନ୍ତୁ ।
ସୂଚନାନୁଯାୟୀ, ମେ ୯ରୁ ମେ ୧୪ ପର୍ଯ୍ୟନ୍ତ ଚାର୍ଟାର୍ଡ ଆକାଉଟାଣ୍ଟସ୍ ଫାଇନାଲ, ଇଣ୍ଟରମିଡିଏଟ୍, ପୋଷ୍ଟ କ୍ବାଲିଫିକେସନ କୋର୍ସ ପରୀକ୍ଷାକୁ ଧାର୍ଯ୍ୟ କରାଯାଇଥିଲା । ସଂସ୍ଥା ମହତ୍ତ୍ବପୂର୍ଣ୍ଣ ସଂଖ୍ୟା ୧୩-CA ୨୦୨୫ ଅନୁଯାୟୀ ୧୩ ଜାନୁୟାରୀରେ ସଂଶୋଧନ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଇଛି । ଏହା ବ୍ୟତୀତ ହେବାକୁ ଥିବା ପରୀକ୍ଷା ଇଣ୍ଟରମିଡିଏଟ ଏବଂ ପୋଷ୍ଟ ଯୋଗ୍ୟତା ପାଠ୍ୟକ୍ରମ ପରୀକ୍ଷାର ବାକି ଶେଷ ପେପର ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହୋଇଥିଲା । ସମୟକ୍ରମେ ଧାର୍ଯ୍ୟ ହୋଇଥିବା ତାରିଖ ମେ୯ ରୁ ମେ୧୪ କୁ ଅପରେସନ ସିନ୍ଦୂର ଆକ୍ରମଣ ପରେ ଏହାକୁ ମଧ୍ୟ ସ୍ଥଗିତ କରାଯାଇଛି । ଏହା ବ୍ୟତୀତ ICAI ଅଧୀନରେ ଥିବା ଅନ୍ୟନ୍ୟ ବାକି ଥିବା ପରୀକ୍ଷା ପେପରକୁ ସ୍ଥଗିତ କରିଦିଆଯାଇଛି।
