ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାର ଅଧିକ
ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାର ଅଧିକ । ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାର ଅଧିକ। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାଛଡ଼ା ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧,୪୦,୧୨୬ଜଣ ପ୍ରସବ କରିଛନ୍ତି । ମୋଟ ୧,୪୦,୧୨୬ ପ୍ରସବରୁ ୧,୧୩, ୫୯୮ ଅସ୍ତ୍ରୋପଚାର ଜନିତ ପ୍ରସବ ।୨୦୨୩-୨୪ରେ ଅସ୍ତ୍ରୋପଚାର ଜନିତ ପ୍ରସବ ହାର ୮୧.୦୬ ପ୍ରତିଶତ । ସରକାରୀ ହସ୍ପିଟାଲରେ ୨୦୨୩-୨୪ରେ ୫,୯୧,୧୮୫ଜଣ ପ୍ରସବ କରିଛନ୍ତି । ସେଥୁମଧ୍ୟରୁ ମାତ୍ର ୧,୯୫,୫୭୮ ଅସ୍ତ୍ରୋପଚାର ଜନିତ ପ୍ରସବ ।୨୦୨୩-୨୪ରେ ଅସ୍ତ୍ରୋପଚାର ଜନିତ ପ୍ରସବ ହାର ୩୩.୦୮ ପ୍ରତିଶତ।
