ଧର୍ମଘଟ ନିଷ୍ପତ୍ତିରୁ ଓହରିଲେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ

ଧର୍ମଘଟ ନିଷ୍ପତ୍ତିରୁ ଓହରିଲେ ବସ୍ ମାଲିକ ସଂଘ

ଧର୍ମଘଟ ନିଷ୍ପତ୍ତିରୁ ଓହରିଲେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ । ଆଜି ସନ୍ଧ୍ୟାରୁ ଆରମ୍ଭ ହେବାକୁ ଥିବା ବସ୍‌ ଧର୍ମଘଟ ଶେଷରେ ପ୍ରତ୍ୟାହୃତ ହୋଇଛି । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ବସ୍‌ ମାଲିକ ସଂଘ କାର୍ଯ୍ୟକର୍ତ୍ତା। ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ AC ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା। ଲକ୍ଷ୍ମୀ ବସ୍‌ ଚଳାଚଳ ହେତୁ ସେମାନେ ବହୁ କ୍ଷତିର ସମ୍ମୁଖୀନ ହେଉଥିବାରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଯାତାୟତ କରୁଥିବା ଟାୟାର-ଟୁ AC ବସ୍ ସେବାକୁ ବନ୍ଦ କରିବାକୁ ଦାବି କରିଥିଲେ।

ସରକାର ଏନେଇ କୌଣସି ନିଷ୍ପତ୍ତି ନ ନେଲେ ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଥିଲେ ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ । ଆଜି ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ସେମାନେ କହିଥିଲେ।ଏହାପରେ ଆଜି ବ୍ରହ୍ମପୁରରେ ପରିବହନ ମନ୍ତ୍ରୀଙ୍କ ସହ ସଂଘର କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା। ଦୀର୍ଘ ସମୟର ବୈଠକ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା କୁହାଯାଇଛି। ପରେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରିଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *