୨୨ ରୁ ଧାରଣା ଦେବ ଘରୋଇ ବସ୍‌ ମାଲିକ ସଂଘ

ପୁଣି ଆନ୍ଦୋଳନ ପାଇଁ ସଜବାଜ ବସ୍ ମାଲିକ ସଂଘ

ଚଳିତ ମାସ ୧ରୁ କଳାହାଣ୍ଡି ଓ ଏହାର ଆଖପାଖ ୧୦ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ନିଷ୍ପତ୍ତିରୁ ଓହରି ଯାଇଥିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । କିନ୍ତୁ ଏହି ସଂଘ ପୁଣି ଥରେ ଆନ୍ଦୋଳନ କରିବା ପାଇଁ ସଜବାଜ ହୋଇଛି । ସରକାର ଦାବି ମାନି ନଥିବାରୁ ଆସନ୍ତା ୨୨ ତାରିଖ ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଅବସରରେ ଘରୋଇ ବସ୍‌ ମାଲିକ ସଂଘ ଧାରଣା ଦେବାକୁ ପ୍ରସ୍ତୁତ ହୋଇସାରିଛି । ନଭେମ୍ବର ୨୨ରେ ସଂଘର ୧୦୦୦ରୁ ଊର୍ଦ୍ଧ୍ବ ବସ୍‌ ମାଲିକ ବିଧାନସଭା ସାମ୍ନାରେ ଧାରଣା ଦେବେ ବୋଲି ସୂଚନା ମିଳିଛି । ସରକାର ଯଦି ଦାବି ପୂରଣ ନକରନ୍ତି, ତାହେଲେ ସଂଘ ଡିସେମ୍ବର ୧ ତାରିଖ ଠାରୁ ଧର୍ମଘଟ କରିବ। ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି । ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।