ଓଲଟିଲା ବସ୍, ୧୨ ଆହତ
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର ରାଜ୍ୟ ରାଜପଥ ୧୦ଏ ମୁଚୁରନାଳୀ ଗ୍ରାମ ନିକଟରେ ସୁନ୍ଦରଗଡ଼ ରୁ ପୁରୀ କୁ ଯାଉଥିବା ଓଏସଆରଟିସି ଜଗନ୍ନାଥ ବସ ପ୍ରାୟ ୧୨.୩୦ ସମୟରେ ଭାରସାମ୍ୟ ହରାଇ ରାସ୍ତା ର ଖାଲ ତଳକୁ ଖସି ପଡିଥିଲା।ବସ ୧୨ ଜଣ ଯାତ୍ରୀ ଆହତ ଜଣେ ମହିଳା ବିଦ୍ୟୁତ ଆଘାତରେ ଗୁରୁତର । ଆହତ ମାନଙ୍କୁ ବଣାଇ ଚିକିତ୍ସାଳୟ ରେ ଭର୍ତ୍ତି । କିନ୍ତୁ ଅଳ୍ପକେ ବର୍ତ୍ତିଛନ୍ତି ୫୫ ଜଣ ଯାତ୍ରୀ । ଯେଉଁ ସ୍ଥାନରେ ଗାଡିଟି ଓଲଟିଲା ଏକ ୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା ଯାହାଫଳରେ ବିଦ୍ୟୁତ ଖୁଣ୍ଟ ପଡିଯିବାରୁ ବିଦ୍ୟୁତ ଆର୍ଥ ପାଇବାରୁ ବିଦ୍ୟୁତ ପଳାଇଗଲା । ସେଇମଧ୍ୟରୁ ଜଣେ ମହିଳା ବିଦ୍ୟୁତ ଆଘାତ ପାଇଥିଲା ଜଙ୍ଘ ଓ ବେକ ପୋଡି ଯାଇଥିଲା । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଁଚି ଅନ୍ୟ ଯାତ୍ରୀଙ୍କୁ ଅଲଗା ବସ ରେ ପଠାଇ ତଦନ୍ତ ଚଳାଇଛି ।
