ବସକୁ ପଛରୁ ପିଟିଲା କଣ୍ଟେନର, ୧୦ ଆହତ
ବସକୁ ପଛରୁ ପିଟିଲା କଣ୍ଟେନର, ୧୦ ଆହତ । ଭଦ୍ରକ ଭଣ୍ଡାରିପୋଖରୀ ଥାନା ଛତାବରରେ ସିରିଜ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ବସ୍କୁ ଧକ୍କା ଦେବା ପରେ ପଛକୁ ପଛ ପିଟିହେଲେ ୨ଟି କଣ୍ଟେନର। ଏହି ସିରିଜ ଦୁର୍ଘଟଣା ଭଦ୍ରକ ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଘଟିଛି। ଆହତଙ୍କ ମଧ୍ୟରୁ ୪ ଜଣ ଯାତ୍ରୀଙ୍କୁ ଭଦ୍ରକରୁ କଟକ ସ୍ଥାନାନ୍ତର କରାଯାଇଛି। ବସରେ ୬୦ରୁ ୭୦ ଜଣ ଯାତ୍ରୀ ଟାଟାରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବାର ସୂଚନା ରହିଛି ।
