ସାମ୍ନାକୁ ଆସିଲା ସାଂଘାତିକ ଷଡ଼ଯନ୍ତ୍ର !
ଓଡ଼ିଶାରୁ ସନ୍ଦିଗ୍ଧ ଆତଙ୍କୀ ସୟଦ ଇସାନ ବୁଖାରୀର ରିମାଣ୍ଡର ଆଜି ତୃତୀୟ ଦିନ । ତୃତୀୟ ଦିନରେ ବୁଖାରୀକୁ ମାରାଥନ ଜେରା କରିବ କାଶ୍ମୀର ପୋଲିସ । ଜମ୍ମୁ କାଶ୍ମୀର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା ବୁଖାରୀ। ତା ନାଁରେ କାଶ୍ମୀରରେ ୨ଟି ମାମଲା ଥିବା ସୂଚନା ମିଳିଛି । ଗତକାଲି ଦ୍ୱିତୀୟ ଦିନରେ ଜେରା ବେଳେ ବୁଖାରୀର ସଂଘାତିକ ଷଡଯନ୍ତ୍ର ନେଇ ସୂଚନା ମିଳିଛି । ଏମିତିକି ବୁଖାରୀ ନିଜେ କରିଥିଲା ଗୋଟିଏ ଆପ୍ । ଆପରେ କିଛି ଯୁବତୀଙ୍କ ସହ ଯୋଗାଯୋଗରେ ରହିଥିଲା ବୁଖାରୀ । ଯେଉଁମାନେ ନ୍ୟୁଡ କଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ମୋଟା ଅଙ୍କର କମିଶନ ନେଉଥିଲା । ଓଡ଼ିଶାର ଦୁଇ ଜଣଙ୍କ ସହ ତାର ଥିଲା ସମ୍ପର୍କ । ୯ଟି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି । ଇଣ୍ଡସ ଇଣ୍ଡ ବ୍ୟାଙ୍କ୍, IDBI Bank, ଏସବିଆଇ, Axis Bank, Central Bank, IDFC, ବ୍ୟାଙ୍କ୍ ଅଫ୍ ବରୋଦାରେ ରହିଛି ଆକାଉଣ୍ଟ । ବ୍ୟାଙ୍କ ମାଧ୍ୟମରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ସୂଚନା ମିଳିଛି । ଯୁବତୀଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ହନିଟ୍ରାପରେ ବ୍ୟବହାର କରୁଥିବା ସନ୍ଦେହ କରୁଛି STF ।
