ବଜେଟ୍ ପାଇଁ ଅଂଶୀଦାରଙ୍କ ପରାମର୍ଶ ଲୋଡିବେ ମୁଖ୍ୟମନ୍ତ୍ରୀ

ଆଜି ବସିବ ମୁଖ୍ୟମନ୍ତ୍ରୀଙ୍କ ପ୍ରାକ ବଜେଟ୍‌ ବୈଠକ

ଆଜି ବସିବ ମୁଖ୍ୟମନ୍ତ୍ରୀଙ୍କ ପ୍ରାକ ବଜେଟ୍‌ ବୈଠକ । ଫେବୃଆରୀ 17 ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌ । ଆର୍ଥିକ ବର୍ଷ 2025-26 ପାଇଁ ବଜେଟ୍‌ ଆଗତ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ବଜେଟ ଆକଳନ ଗତ ଆର୍ଥିକ ବର୍ଷରୁ ଅଧିକ ରହିବ ବୋଲି ଜଣାପଡିଛି । ବଜେଟ୍‌ ଆଗତ ପୂର୍ବରୁ ଅଂଶୀଦାରଙ୍କ ପରାମର୍ଶ ଲୋଡିବେ ସରକାର ।ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାକ ପରାମର୍ଶ ସଭା ଡାକିଛନ୍ତି । କାଲି ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହି ବୈଠକ ଅନୁଷ୍ଠିତ ହେବ । ବିଭିନ୍ନ ବର୍ଗଠୁ ପରାମର୍ଶ ଓ ମତାମତ ନେବେ ମୋହନ ସରକାରମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ନେଇ ସରକାରଙ୍କ ପକ୍ଷ ରଖିବେ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଅଂଶୀଦାରଙ୍କ ପରାମର୍ଶ ଲୋଡିବେ ।ସମାଜର ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ମତାମତ ନେଇ ଅର୍ଥ ବିଭାଗ ବଜେଟର ପୂର୍ବ ପ୍ରସ୍ତୁତି କରୁଛି । ବିଗତ ବର୍ଷରେ ବଜେଟ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯାଇଛି । ଏଥିପାଇଁ ଅର୍ଥ ବିଭାଗ ଏକ ସ୍ବତନ୍ତ୍ର ୱେବ-ପୋର୍ଟାଲ, e-mail, WhatsApp ଓ SMS ମାଧ୍ୟମରେ ମତାମତ ସଂଗ୍ରହ କରିଥିଲେ । ବଜେଟ୍‌ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ ପୋର୍ଟାଲରେ ଉପଲବ୍ଧ ରହିଛି ।