୨୧ ଦିନ ପରେ ପାକିସ୍ତାନ କବ୍‌ଜାରୁ ଫେରିଲେ ଯବାନ୍‌

ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ

ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ । ଅଟ୍ଟାରୀ-ୱାଘା ସୀମା ଦେଇ ଫେରିଲେ ଭାରତ । ୨୧ ଦିନ ପାକିସ୍ତାନ କବ୍‌ଜାରେ ରହିବା ପରେ ଘରକୁ ଫେରିଲେ ପୂର୍ଣ୍ଣମ କୁମାର । ଭୁଲବଶତଃ ସୀମା ଅତିକ୍ରମ କରିଥିବାରୁ ଏପ୍ରିଲ ୨୩ରୁ ପାକିସ୍ତାନରେ ଅଟକ ଥିଲେ କିନ୍ତୁ ଏବେ ମୁକ୍ତ କରିଛି ପାକିସ୍ତାନ ରେଞ୍ଜର୍ସ । ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ୨୩ ଏପ୍ରିଲରେ ବିଏସଏଫ ଯବାନ ପିକେ ସାହୁଙ୍କୁ ପାକିସ୍ତାନ ରେଞ୍ଜର୍ସ ଫିରୋଜପୁର ସୀମାରେ ଅଟକ ରଖିଥିଲେ ।

ଗତ ୨୧ ଦିନ ଭିତରେ ପିକେ ସା’ଙ୍କୁ ଛାଡ଼ିବା ପାଇଁ ବିଏସ୍‌ଏଫ୍‌ ଅଧିକାରୀମାନେ ଅନେକ ଥର ଫ୍ଲାଗ୍‌ ମିଟିଂ କରିଛନ୍ତି କିନ୍ତୁ ପାକ୍‌ ତରଫରୁ କୌଣସି ଉତ୍ତର ଆସିନଥିଲା । ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସା’ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ ।