ବିଜେଡିକର୍ମୀଙ୍କୁ ନିର୍ମମ ଭାବେ ହତ୍ୟା !

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କୁ ମାରି ଫୋପାଡି ଦେଲେ !

ପୁଣି ରାଜ୍ୟର ରାଜନୈତିକ ହିଂସାର କରୁଣ ପରିଣତି । ବିଜେଡି କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଲ ତଳକୁ ଫୋପାଡ଼ି ଦେଲେ କିଛି ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ନନ୍ଦିନୀ ସେତୁ ନିକଟରେ। ଯାହାକୁ ନେଇ ଏବ ବେସ ଚାଞ୍ଚଲ୍ୟ ଖେଳିଥିବା ଦେଖିବାକୁ ମିଳିଛି । ଆଉ ଦିନ କେଇତ ପରେ ନିର୍ବାଚନ ହବାକୁ ଥିବା ବେଳେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମୃତ ବିଜେଡି କର୍ମୀ ଜଣଙ୍କ ପାଖ ଗାଁର ମଧୂସୁଦନ ବିଷୋୟୀ ହୋଇଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଧୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୨ଜଣଙ୍କୁ ଅଟକ ରଖିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ମଧୁ ନିଜର ସହଯୋଗୀ କୁଷ୍ଣ ନାୟକଙ୍କ ସହ ଶେରଗଡ଼କୁ କୌଣସି କାମରେ ଯାଇଥିଲେ। କାମ ସାରି ବାଇକ୍‌ରେ ଘରକୁ ଫେରିଲା ବେଳେ ମଧୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ଖଣ୍ଡାରେ ହାଣି ପୋଲ ତଳକୁ ଫୋପାଡ଼ି ଦେଇଥିଲେ। ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।