ପ୍ରୋଟୋକଲ ଭାଙ୍ଗି ଲୋକଙ୍କ ସହ ମିଶିଲେ ରାଷ୍ଟ୍ରପତି

ଚାଲିଚାଲି ଗ୍ରହଣ କଲେ ଲୋକଙ୍କ ଅଭିବାଦନ

ପ୍ରୋଟୋକଲ ଭାଙ୍ଗିଲେ ଲୋକଙ୍କୁ ହାତହଲାଇ ଅଭିବାଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରୁ ରାଜଭବନ ଯିବା ବାଟରେ ପ୍ରଟୋକଲ ଭାଙ୍ଗି ଗାଡିରୁ ଓହ୍ଲାଇଥିଲେ ରାଷ୍ଟ୍ରପତି । ରାସ୍ତାରେ ଚାଲିଚାଲି ସେ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ । ଲୋକେ ବି ପ୍ରଥମ ନାଗରିକଙ୍କୁ ପାଖରେ ପାଇ ବେସ ଖୁସି ଅନୁଭବ କରିଥଲେ । ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ରାଜଭବନରେ ଅତୁଟ ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଆସନ୍ତାକାଲି କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟ ୭୫ ତମ ପୂର୍ତି ଉତ୍ସବରେ ଉଦବୋଧନ ଦେବେ । ସେହିପରି ଗୁରୁବାର ଭୁବନେଶ୍ୱର ତମାଣ୍ଡୋରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।